Chadiki Paribi Tate Odia Song Lyrics

Song Details: Chadiki Paribi Tate Odia Song Lyrics.

Chadiki Paribi Tate Odia Song Lyrics

ଛାଡିକି ପାରିବି ତତେ ନିଃଶ୍ୱାସ ମୋ ଛାଡ଼ିବା ଆଗରୁ
ଉପେକ୍ଷା ପାରିବି କରି ଅପେକ୍ଷାର କାଳ ସରୁ ସରୁ
ଆଚ୍ଛନ୍ନ କରିଛି ରୂପ ଚମତ୍କାର ଦୁର୍ଲଭ ଯା ସର୍ବତ୍ର ମହି ରେ 2
ଆଖିରେ ଲେଖି ସପନ ବହୁ ବର୍ଣ୍ଣ ଭବ୍ୟ ସମାହାରେ

ଛାଡ଼ିକି ପାରିବି ତତେ ନିଃଶ୍ୱାସ ମୋ ଛାଡ଼ିବା ଆଗରୁ
ଉପେକ୍ଷା ପାରିବି କରି ଅପେକ୍ଷାର କାଳ ସରୁ ସରୁ

ଜୀବନ ବିବର୍ଣ୍ଣ ଯଦି ରଙ୍ଗ ତୋର ନ ଦେଖେ ନୟନ
ବଞ୍ଚିବା ନିଷ୍ଫଳ ଯଦି ତୋର ସ୍ମୃତି ନ ଆଣେ କମ୍ପନ

କେମିତି ବା ବୁଝାଇବି ଭାଷା ଶବ୍ଦ ସବୁ ଭୁ ଲୁଣ୍ଠିତ
ତୋ ମୋ ସମ୍ପର୍କ କି କଷ୍ଟ ପ୍ରଦ ଅବୁଝା ଗଣିତ

ଆଚ୍ଛନ୍ନ କରିଛି ରୂପ ଚମତ୍କାର ଦୁର୍ଲଭ ଯା ସର୍ବତ୍ର ମହି ରେ 2
ଆଖିରେ ଲେଖେ ସପନ ବହୁ ବର୍ଣ୍ଣ ଭବ୍ୟ ସମାହାରେ

ଛାଡ଼ିକି ପାରିବି ତତେ ନିଃଶ୍ୱାସ ମୋ ଛାଡ଼ିବା ଆଗରୁ
ଉପେକ୍ଷା ପାରିବି କରି ଅପେକ୍ଷାର କାଳ ସରୁ ସରୁ

କହିବାର ନାହିଁ ଶକ୍ତି ବୟସ ର ବୟସ୍କ ଲଗନେ
ତୁହି ମୋ ରଜନୀ ଗନ୍ଧା ଭାବନା ର ସୌମ୍ୟ ଉପବନେ

କରୁଣା ରେ ବିଜଡ଼ିତ ନୀରିମାୟା ନିରୀହ ହୃଦୟ
ହେ ମୋର ଅବୁଝା ସାଥୀ ତୁହି ମୋର ନବ ସୂର୍ଯ୍ୟୋଦୟ

ଆଚ୍ଛନ୍ନ କରିଛି ରୂପ ଚମତ୍କାର ଦୁର୍ଲଭ ଯା ସର୍ବତ୍ର ମହି ରେ 2
ଆଖିରେ ଲେଖେ ସପନ ବହୁ ବର୍ଣ୍ଣ ଭବ୍ୟ ସମାହାରେ

ଛାଡିକି ପାରିବି ତତେ ନିଃଶ୍ୱାସ ମୋ ଛାଡ଼ିବା ଆଗରୁ
ଉପେକ୍ଷା ପାରିବି କରି ଅପେକ୍ଷାର କାଳ ସରୁ ସରୁ

This is the end of Chadiki Paribi Tate Odia Song Lyrics.